ଜମ୍ମୁ କଶ୍ମୀର ପରେ ଏବେ ଲଦାଖ-କାର୍ଗିଲ ପାଳି, କଥାବାର୍ତ୍ତା ପାଇଁ କେନ୍ଦ୍ରର ଡାକରା ଦେଶ- ବିଦେଶ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jun 27, 2021 0 Share ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କଶ୍ମୀରର ନେତା ମାନଙ୍କ ସହିତ କେନ୍ଦ୍ରୀୟ ଦଳ ବୈଠକ କରିସାରିବା ପରେ ଏବେ ଲଦାଖ ଓ କାର୍ଗିଲର ପାଳି ପଡ଼ିଛି। ଲଦାଖ ଓ କାର୍ଗିଲର ନେତାମାନଙ୍କ ସହିତ ବୈଠକ ପାଇଁ କେନ୍ଦ୍ର ଡାକରା ଦେଇଛି। ଜୁଲାଇ ୧ ତାରିଖରେ ଏନେଇ ବୈଠକ ହେବ। ଗୃହ ରାଜ୍ୟ ମନ୍ତ୍ରୀ ଜି କିଶାନ ରେଡ୍ଡିଙ୍କ ଘରେ ଏହି ବୈଠକ ଦିନ ୧୧ଟାରେ ଅନୁଷ୍ଠିତ ହେବ। ବୈଠକରେ ସାମିଲ ହେବା ପାଇଁ ପୂର୍ବ ସାଂସଦ ଓ ସିବିଲ ସୋସାଇଟିର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। Related Posts ଇସ୍ତଫା ଦେବାକୁ ବାଧ୍ୟ ହେବେକି ଧର୍ମେନ୍ଦ୍ର !! Jun 4, 2026 ପଶ୍ଚିମବଙ୍ଗରେ ବଡ଼ ମାର୍ଜିନରେ ଜିତି ସରକାର… Apr 26, 2026 ସୂଚନା ଅନୁସାରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଜମ୍ମୁ କଶ୍ମୀରର ନେତାଙ୍କ ସହିତ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟର ୧୪ ଜଣ ନେତା ସାମିଲ ଥିଲେ। NationalOdishaFast 0 Share FacebookTwitterGoogle+ReddItWhatsAppPinterestEmail