କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଳସେଚନ ବିଭାଗ କର୍ମଚାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳସେଚନ ବିଭାଗରେ ଦୀର୍ଘ ୫ ବର୍ଷ ଧରି କାମ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦରମା ନପାଇବାରୁ ବାଧ୍ୟ ହୋଇ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜଳସେଚନ ବିଭାଗର କର୍ମଚାରୀ ଦିବାକର ୧୯୮୩ ମସିହାରୁ ଚାକିରୀ କରିଥିବା ବେଳେ ୧୯୮୯ ମସିହାରେ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଯାଇଥିଲା । ହେଲେ ଦିବାକର ଉକ୍ତ ଛଟେଇ ଘଟଣାକୁ ନେଇ କୋର୍ଟ କରିବାରୁ ପୁଣି ୨୦୧୬ ମସିହାରେ ତାଙ୍କୁ ପୁଣି ଚାକିରୀରେ ଯୋଗଦେବାକୁ କୋର୍ଟ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ଦିଆଯାଇଥିଲା ।ବିଭାଗ ପକ୍ଷରୁ ତାଙ୍କୁ ଦରମା ନମିଳିବାରୁ ଦିବାକର ୨୦୧୮ ମସିହାରେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାରୁ ଉଚ୍ଚ ପଦସ୍ତ ଅଧିକାରୀ ଦରମା ମିଳିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଅନଶନରୁ ଉଠାଇ ଦେଇଥିଲେ ।  ହେଲେ ଆଜି ପର୍ଯ୍ୟନ୍ତ ଦିବାକର କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ତୁଲାଇ ଆସୁଥିଲେ ମଧ୍ୟ ତାଙ୍କୁ ଦରମା ମିଳିନଥିଲା । ବାଧ୍ୟ ହୋଇ ଦିବାକର ଶନିବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟକାଇଥିଲେ।  ପରେ ଦିବାକର କିରୋସିନି ଜୁଡୁବୁଡୁ ଅବସ୍ଥାରେ ପୋଲିସ ଥାନାକୁ ନେଇ ଆସିଥିଲେ।

Leave a comment