କରୋନା ସଙ୍କଟ ସମୟରେ ପରମାଣୁ ଅସ୍ତ୍ର ନେଇ ଏଭଳି ପ୍ରତିକ୍ରିୟା ରଖିଲେ କିମ୍ ଜୋଙ୍ଗ ଉନ୍…
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପ୍ରକାଶ କରିଛନ୍ତି ଯେ, ତାଙ୍କ ଦେଶର କଠୋର ପରିଶ୍ରମରେ ହାସଲ ହୋଇଥିବା ପରମାଣୁ ଅସ୍ତ୍ର ପୂରା ସୁରକ୍ଷିତ ଏବଂ ସ୍ଥିର ଭାବେ ରହିଛି। ଯାହା ଦ୍ୱିତୀୟ କୋରିଆ ଯୁଦ୍ଧକୁ ରୋକି ପାରିବ । ସରକାରୀ ମିଡ଼ିଆ ମଙ୍ଗଳବାର ଦିନ ଏହି ଖବର ଦେଇଛି । କିମ୍ ଏହି ଟିପ୍ପଣୀ ୧୯୫୦ରୁ ୧୯୫୩ଯାଏ ଚାଲିଥିବା କୋରିଆ ଯୁଦ୍ଧ ସମାପନର ୬୭ତମ ବାର୍ଷିକୀ ପୂର୍ତ୍ତୀ ଅବସରରେ ସିପାହୀଙ୍କୁ କହିଛନ୍ତି । ସେ ନିଜର ଅସ୍ତ୍ରକୁ ଛାଡ଼ିବାର କୌଣସି ଇଚ୍ଛା ରଖିନାହାଁନ୍ତି । କିଛି ବିଶେଷଜ୍ଞଙ୍କ କହିବା ହେଲା ପ୍ୟୋଙ୍ଗୟାଙ୍ଗ ନଭେମ୍ୱରରେ ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନର ପୂର୍ବରୁ ୱାଶିଂଟନ ସହ କୌଣସି ପ୍ରକାରର କଥାବାର୍ତ୍ତା କରିବାରୁ ନିବୃତ୍ତ ରହିବ, କାରଣ ଆମେରିକା ନେତୃତ୍ୱରେ ପରିବର୍ତ୍ତନର ସମ୍ଭାବନା ରହିଛି ।
କୋରିଆନ୍ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ମୁତାବିକ୍ କିମ୍ ନିଜର ଭାଷଣରେ କହିଥିଲେ କି ତାଙ୍କର ଦେଶ ପୂରା ଶକ୍ତି ସହ ପରମାଣୁ ସଂପନ୍ନ ଦେଶ ହେବାକୁ ଚେଷ୍ଟା କରିଛି, ଯାହାଦ୍ୱାରା ଦ୍ୱିତୀୟ ଯୁଦ୍ଧକୁ ରୋକା ଯାଇପାରିବ ଏବଂ ଏବେ ତାହା ଏହି ପ୍ରକାରର ପ୍ରତିରୋଧୀ କ୍ଷମତା ପ୍ରସ୍ତୁତ କରିନେଇଛି । କିମ୍ କହିଛନ୍ତି, ଏବେ ଆମେ ଏମିତି ଦେଶ ହୋଇ ଯାଇଛୁ, ଯାହା ଉଚ୍ଚ ତୀବ୍ରତାର ଔଷଧ ଏବଂ ମିଲିଟାରୀ ରିସ୍କ ତଥା ସାମ୍ରାଜ୍ୟବାଦୀ ପ୍ରତିକ୍ରିୟାବାଦୀଙ୍କ ଦ୍ୱାରା ବ୍ଲାକ୍ମେଲିଂ ବିରୁଦ୍ଧରେ ମଜବୁତ୍ ଅଛୁ ଏବଂ ଦୃଢ଼ତାପୂର୍ବକ ନିଜର ରକ୍ଷା କରିପାରିବାରେ ସକ୍ଷମ । ଆହୁରି ମଧ୍ୟ କିମ୍ କହିଛନ୍ତି ଯେ, ପୃଥିବୀର ଏହି ଅଞ୍ଚଳରେ ଦ୍ୱିତୀୟ ଥର କେବେ ଯୁଦ୍ଧ ହେବ ନାହିଁ ଏବଂ ଆମର ରାଷ୍ଟ୍ରୀୟ ଏବଂ ଭବିଷ୍ୟତର ସ୍ଥାୟୀ ଗାରେଣ୍ଟି ଅଛି । କାରଣ ଆମ ପାଖରେ ଦୃଢ଼, ପ୍ରଭାବୀ ଆତ୍ମ ରକ୍ଷାତ୍ମକ ପରମାଣୁ ପ୍ରତିରୋଧି କ୍ଷମତା ଅଛି ।