ଆଜିଠୁ ଖଣ୍ଡଗିରି ମାଘ ମେଳା; ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କ ସମାଗମ

0

ଆଜିଠାରୁ ଖଣ୍ଡଗିରି ମାଘ ମେଳା। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଲେଣି ସାଧୁ ସନ୍ଥ। ସେଠାରେ ପହଁଚିବା ପରେ ସାଧୁମାନେ ଯଜ୍ଞ କୁଣ୍ଡ ତିଆରି କରୁଛନ୍ତି।ତପ ସାଧନ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥ।

ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବା ପାଇଁ ପ୍ରସ୍ତୁତ ହୋଇ ଆରମ୍ଭ କଲେଣି ମନ୍ତ୍ରପାଠ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ଶହେରୁ ଅଧିକ ସାଧୁସନ୍ଥ ଆସି ମେଳା ପରିସରରେ ପହଞ୍ଚିଛନ୍ତି ।

କିନ୍ତୁ ବିଏମସିର ଅବହେଳା ଯୋଗୁଁ ଶତାଧିକ ସାଧୁ ସନ୍ଥ ହାଇରାଣ ହେଉଛନ୍ତି। ନାଁ ହୋଇଛି ପାନୀୟ ଜଳ ବ୍ୟବସ୍ଥା ନାଁ ଶୌଚ ପାଇଁ କୌଣସି ବ୍ୟବସ୍ଥା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ସାଧୁ ସନ୍ଥ ମାନେ ଏଭଳି ବ୍ୟବସ୍ଥା ଦେଖି ନିରାଶ।

 

Leave a comment