କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣା; ମୃତକଙ୍କ ସଂଖ୍ୟା ୫୦କୁ ବୃଦ୍ଧି, ଆସନ୍ତାକାଲି ଘଟଣାସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ
ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ବାଲେଶ୍ଵର ବାହାନଗା ନିକଟରେ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ସଦ୍ୟତମ ସୂଚନା ଅନୁସାରେ ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।
ସେପଟେ ୪୭ ଜଣ ଆହତଙ୍କୁ ସିଏଚସି, ଗୋପାଳ ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସି ପଠାଯାଇଛି। ଟ୍ରେନର ବଗି ଓଲଟି ଯିବାରୁ ଏହା ତଳେ ଏବଂ ଭିତରେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ଅନ୍ୟପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବେ । ଅନ୍ୟପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।