୩ ଘଣ୍ଟାରେ ରାଜ୍ୟସଭା ଟିକେଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରେ ସାମିଲ୍ ହେବାର ୩ଘଣ୍ଟା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ। ବିଜେପି ଓ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଦେଖିଲେ ଉଭୟ ଗୋଟିଏ ଲେଖାଏଁ ଆସନ ଜିତିବା ସ୍ପଷ୍ଟ। ହେଲେ ତୃତୀୟ ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଛକାପଞ୍ଝା ରହିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିନ୍ଧିଆ।

Leave a comment