ଜାଭା ଦ୍ୱୀପରେ ଆଗ୍ନେୟ ଉଦ୍‌ଗୀରଣ, ୧୩ ମୃତ

0

ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ରବିବାର ଜାତୀୟ ଗଣମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି ।

ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ପରିଚୟ ମିଳିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁଥିରେ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଗ୍ନେୟଗିରି ବିସ୍ଫୋରଣ ହେତୁ ଅଧିକାଂଶ ଲୋକ ଜଳିଯାଇଛନ୍ତି ବୋଲି ସରକାର କହିଛନ୍ତି ।

ସୂଚନା ଥାଉକି, ଇଣ୍ଡୋନେସିଆର ଟୋବେଲୋ ଠାରୁ ୨୫୯ କିଲୋମିଟର ଦୂରରେ ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ, ରିଚ୍ଟର ସ୍କେଲରେ ଏହି ଭୂକମ୍ପର ମାତ୍ରା ୬.୦ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତିର କୌଣସି ଖବର ନାହିଁ ।

Leave a comment