ଆତଙ୍କବାଦୀଙ୍କ ବର୍ବର କାଣ୍ଡ: ଘରେ ପଶି ଏସପିଓ ଓ ପତ୍ନୀଙ୍କୁ ହତ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କାଶ୍ମୀର ତ୍ରାଲରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ଘରେ ପଶି ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ଫୈୟାଜଙ୍କ ଝିଅ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛି । ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ହରିପରିଗାମରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀ ୪୧ ବର୍ଷିଅ ଏସପିଓ ଫୈୟାଜ ଅହମ୍ମଦ, ତାଙ୍କ ପତ୍ନୀ ଓ ଝିଅକୁ ଗୁଳି ମାରିଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଫୈୟାଜ ଓ ପତ୍ନୀ ଆଖି ବୁଜି ଦେଇଛନ୍ତି । ଝିଅର ଚିକିତ୍ସା କରାଯାଉଛି ।ଏନେଇ କାଶ୍ମୀର ପୋଲିସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଏସପିଓ ଫୈୟାଜଙ୍କ ଘରେ ପଶି ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରି ରଖିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।