ବିଧାନସଭାର ଶୀତକାଳୀନ ଅଧିବେଶନ, ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ

0

ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଜି ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ଏହି ବିଲ୍ ଆସିବା ଯୋଗୁ ଏଣିକି ଉପଚାଷୀ ଏବଂ ଉପରୟତମାନେ ଜମିର ମାଲିକାନା ପାଇପାରିବେ। ୧୯୭୭ ପର୍ଯ୍ୟନ୍ତ କେବଳ ଚାଷ ଜମି ମାଲିକାନା ପାଇଁ ପାରୁଥିଲେ।

କିନ୍ତୁ ଏଣିକି ଉଭୟ ଚାଷଜମି ଏବଂ ବାସଗୃହ ଜମିର ମାଲିକାନା ପାଇପାରିବେ। ଜମିର ମାଲିକାନା ପାଇବା ପାଇଁ ୨ ବର୍ଷ ଭିତରେ ରାଜସ୍ବ ଅଧିକାରୀଙ୍କ ନିକଟରେ ଆବେଦନ କରି ଏକର ପିଛା ୧୪,୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

ଓଡ଼ିଶା ଭୂ ସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ ଆଲୋଚନା ପରେ ମନ୍ତ୍ରୀ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ କରିଥିଲେ। ଆସନ୍ତାକାଲି ସାଢେ଼ ୧୦ଟା ଯାଏଁ ଗୃହକୁ ମୁଲତବି କରାଯାଇଛି।

Leave a comment