ପଢନ୍ତୁ କେଉଁମାନେ ଖାଇବେ କ୍ଲୋରୋକୁଇନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମ୍ୟାଲେରିଆ ରୋଗକୁ ଭଲ କରୁଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ପ୍ରମାଣିତ ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ହାଇଡ୍ରୋକ୍ସିକ୍ଲୋରୋକୁଇନ ନ ଖାଇଲେ, ଏହା ଘାତକ ସାବ୍ୟସ୍ତ ହେବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏବେ କିନ୍ତୁ ଆଇସିଏମଆର କରୋନା ସହ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ପ୍ରଣ୍ଟଲାଇନ ୱାର୍କର୍ସଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଇବାକୁ ଅନୁମତି ଦେଇଛି।
ଆଇସିଏମଆର ସୂଚନା ଅନୁଯାୟୀ, ବିଭିନ୍ନ ହସ୍ପିଟାଲରେ କରୋନା ସହ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରୀକ୍ଷାମୂଳକ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦିଆଯାଇଥିଲା। ସେମାନଙ୍କ ଶରୀରରେ କରୋନା ଖୁବକମ ପରିମାଣର ସଂକ୍ରମଣ ହେଉଥିବା ଏବେ ପ୍ରମାଣିତ ହୋଇଛି। ବିଶେଷ କରି ଲକ୍ଷଣ ବିହୀନ ନନ୍ କୋଭିଡ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, କଣ୍ଟେନେମଣ୍ଟ ଜୋନରେ ସର୍ଭେଲାନ୍ସ କାମରେ ଥିବା କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ୍ କର୍ମଚାରୀମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦେବା ଉଚିତ ବୋଲି ଆଇସିଏମଆର କହିଛି। ଏହାପୂର୍ବରୁ କେବଳ କରୋନା ରୋଗୀଙ୍କ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଲ୍ୟାବ କର୍ମଚାରୀଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇବାକୁ ଆଇସିଏମଆର ଅନୁମତି ଦେଇଥିଲା।