୫ଦିନ ମିଳିବ ଶସ୍ତାରେ ସୁନା, ଜଣାନ୍ତୁ କିପରି କିଣିବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ସୁନା ଦର ଆକାଶ ଛୁଆଁ ହେବାରେ ଲାଗିଛି । କିନ୍ତୁ ଆପଣ ଯଦି ଗୋଲ୍ଡରେ ନିବେଶ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ଆସନ୍ତା ୫ଦିନ ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ । କାଲିଠାରୁ ସୋଭରେନ ଗୋଲ୍ଡ ବଣ୍ଡ୍ ସ୍କିମ୍ ୨୦୨୧-୨୨ର ୫ମ ସିରିଜର ବିକ୍ରି ଆରମ୍ଭ ହେଉଛି । ଏହା ୫ ଦିନ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ ଆପଣଙ୍କ ପାଖରେ ୫ ଦିନ ବଜାରରୁ କମ୍ ଦାମରେ ସୁନା କିଣିବାର ସୁଯୋଗ ରହିଛି । ଏହା ୯ ଅଗଷ୍ଟରୁ ଖୋଲି ୧୩ ଅଗଷ୍ଟରେ ବନ୍ଦ ହେବ । କୁହାଯାଇଛି କି ଅଭିଦାନର ଅବଧି ସମୟରେ ବଣ୍ଡର ନିର୍ଗମ ମୂଲ୍ୟ ୪୭୯୦ ଟଙ୍କା ପ୍ରତି ଗ୍ରାମ ରହିବ । କହିରଖୁଛୁ ସୋଭରେନ ଗୋଲ୍ଡ ବଣ୍ଡ୍ ଆରବିଆଇ ସରକାରଙ୍କ ତରଫରୁ ଜାରି କରିଥାଏ ।
ଅନଲାଇନରେ କିଣିଲେ ରିହାତି ମିଳିବ । ମନ୍ତ୍ରାଳୟ ଅନୁସାରେ ଏହି ବଣ୍ଡ୍ ସମସ୍ତ ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍, ଡାକଘର ଓ ମାନ୍ୟତା ପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମରେ ବିକ୍ରି କରାଯିବ । ମାତ୍ର ସ୍ମଲ୍ ଫାଇନା୍ସ ବ୍ୟାଙ୍କ ଓ ପେମେଣ୍ଟ ବ୍ୟାଙ୍କରେ ଏହାର ବିକ୍ରି ହୁଏନାହିଁ ।
କେତେ କରିପାରିବେ ନିବେଶ ?
ସୋଭରେନ ଗୋଲ୍ଡ ବଣ୍ଡ୍ ସ୍କିମରେ ଏକ ଆର୍ଥିକ ବର୍ଷରେ ବ୍ୟକ୍ତି ସର୍ବାଧିକ ୪ କିଗ୍ରା ସୁନାର ବଣ୍ଡ୍ କିଣିପାରିବେ । ତେବେ ସର୍ବନିମ୍ନ ନିବେଶ ପାଇଁ ଏକ ଗ୍ରାମ ସୁନା ହେବା ଜରୁରି । ତେବେ ଟ୍ରଷ୍ଟ୍ ବା ସେହିଭଳି ସଂସ୍ଥା ୨୦ କିଗ୍ରା ପର୍ଯ୍ୟନ୍ତ ବଣ୍ଡ୍ କିଣିପାରିବ । କହିରଖୁଛୁ ଆବେଦନ ଅତିକମରେ ୧ ଗ୍ରାମ ଓ ତା ମଲ୍ଟିପଲରେ ଜାରି ହୋଇଥାଏ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏଣ୍ଡ୍ ଜ୍ୱେଲର୍ସ ଆସୋସିଏସନ ଲି. ଦ୍ୱାରା ଦିଆଯାଇଥିବା ୯୯୯ ଶୁଦ୍ଧ ଗୋଲ୍ଡର ହାରାହାରି କ୍ଲୋଜିଂ ପ୍ରାଇସ ଆଧାରରେ ନିର୍ଦ୍ଧାରିତ କରାଯାଏ ।