ପୁଣି ବନ୍ଦ ହେଲା ୪ଟି ଗେଟ୍

0

ଧୀରେ ଧୀରେ ବର୍ଷା କମିବା ଫଳରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ଯାହା ଫଳରେ ହୀରାକୁଦ ଡ୍ୟାମରେ ମଧ୍ୟ ଜଳର ପରିମାଣ ହ୍ରାସ ପାଇଛି । ଯେଉଁ କାରଣରୁ ଗତକାଲିଠାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଗତକାଲି ୧୨ଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି।

ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଏଥିରେ ବାମ ପାର୍ଶ୍ବରୁ ୧୬ ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ଏ ନେଇ ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave a comment