ପସନ୍ଦ ଆସିଲାନି ଚଟଣୀର ସ୍ୱାଦ, ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହତ୍ୟାର କାରଣ ପାଲଟିଲା ଚଟଣୀ । ସ୍ୱୀମୀକୁ ପସନ୍ଦ ଆସିଲାଣି ଚଟଣୀ । ସ୍ତ୍ରୀକୁ ହାଣି ମାରିଦେଲା ସ୍ୱାମୀ । ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ଏବେବି ଫେରାର୍‌ ଅଛି ।

ଖବର ଅନୁଯାୟୀ, ଅପରାଓଁ ଗାଁରେ ଆନନ୍ଦ ଗୁପ୍ତା ନାମକ ଜଣେ ନିଜ ପରିବାର ସହ ରହୁଥିଲେ । ତାଙ୍କ ନିକଟରେ ଏକ ଜଳଖିଆ ଦୋକାନ ରହିଛି । ଯେଉଁଠାରେ ପ୍ରତିଦିନ ସିଙ୍ଗଡ଼ା ଓ ଖେଛୁଡ଼ି ବିକ୍ରି କରାଯାଏ । ପ୍ରତିଦିନ ପରି ସେଦିନ ଆନନ୍ଦ ନିଜ ଘରେ ଖାଇବା ପାଇଁ ସିଙ୍ଗଡ଼ା ଓ ଖେଛଡ଼ି ଆଣିଥିଲେ । କିନ୍ତୁ ଦୋକାନରୁ ଆଣିଥିବା ଚଟଣୀ ଆନନ୍ଦଙ୍କୁ ପସନ୍ଦ ଆସିଲାନି । ଏହାପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା । ସ୍ୱାମୀଜଣଙ୍କ ଏଥିରେ ରାଗିଯାଇ ଘରେ ପଡିଥିବା ଏକ ମାରଣାସ୍ତ୍ରରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ସ୍ତ୍ରୀଙ୍କ ମୁଣ୍ଡରେ ମାରଣାସ୍ତ୍ରର ଜୋରଦାର ଆଘାତ ଲାଗିଥିଲା । ପୁର ଘର ରକ୍ତରେ ଭିଜିଯାଇଥିଲା । ଏହାର କିଛି ସମୟ ପରେ ସ୍ତ୍ରୀ ଆଖିବୁଜିଥିଲେ । ବିବାଦ ସମୟରେ ଉପସ୍ଥିତ ଥିବା ଆନନ୍ଦଙ୍କ ମାଆ ଘଟଣାକୁ ସମାଧାନ କରିବାକୁ ବହୁ ଉଦ୍ୟମ କରିଥିଲେ । କିନ୍ତୁ ସେ ଅସଫଳ ହୋଇଥିଲେ ।

ସେପଟେ ହତ୍ୟାର କିଛି ସମୟ ପରେ ପୋଲିସ ଖବର ପାଇଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳର ପହଞ୍ଚ ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି । ହତ୍ୟାକାଣ୍ଡ ପରେ ଫେରାର ଥିବା ସ୍ୱାମୀଙ୍କୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ଟିମ୍‌ ଗଠନ କରିଛି । ଅନେକ ସ୍ଥାନରେ ରେଡ୍‌ ଜାରି ରଖିଛି ତଦନ୍ତକାରୀ ଟିମ୍‌ ।

Leave a comment