ଗୁଜରାଟ ସାଂସଦ ଖୋଲିଲେ ନବୀନ-ମୋଦି ସମ୍ପର୍କ ଗୁମର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କର ଗୁମର ଖୋଲିଲେ ଗୁଜରାଟ ଜଣେ ସାଂସଦ । ଗତ ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରେ ରାଜ୍ୟର ଦୁଇ ବିଜେପି ନେତାଙ୍କୁ ଜଣେ ଗୁଜରାଟ ସାଂସଦଙ୍କ କହିଥିବା ପ୍ରତିଟି ଶବ୍ଦ ଏହି ଭଳି ଥିଲା । ” ଆରେ ଭୟା ମୋଦି ଜୀ କେ ଫିଛେ ଅଦାନୀ ସାହବ ହୈ। ଅଦାନୀଜୀ କା ବିଜନେସ୍ ଓଡ଼ିଶା ମୈ ଭି ହେ । ମୋଦି କର୍ପୋରେଟ କା ଲାଡଲା ହେଁ । ନବୀନ ବାବୁ କୋ ବି କର୍ପୋରେଟ ପସନ୍ଦ କରତା ହୈ । ଅଗର ଐସା ନା ହୋତା ତୋ ବୈଷ୍ଣବ ଜୀକୋ କ୍ୟୁଉଁ ଓଡ଼ିଶା ସେ ଲେତେ ? ଫିର ନବୀନ ବାବୁଙ୍କ ହେଲ୍ପ ସେ ତୋ ଖେଲ ବହାଁ ହୈ । ଓଡ଼ିଶା ବିଜେପି ନବୀନ ବାବୁକା କୁଛ ନହିଁ ବିଗାଡ଼ ଶକ୍ତା । ଧର୍ମେନ୍ଦ୍ର ଜୀ ହୋ ୟା ଅପରାଜିତା ୟା ଜୟ ପଣ୍ଡା । ସବ୍ ଚୁପି ସାଧତୈ ହୈ “।
ଉପରୋକ୍ତ ସଂଳାପରୁ ଏହା ସ୍ପଷ୍ଟ ହେଉଛିକି ବିଜେଡି ଉପରର ରାଜ୍ୟ ବିଜେପି କେବେ ବି ଆକ୍ରମଣାତ୍ମକ ହୋଇପାରିବ ନାହିଁ । ସେମାନେ କେବଳ କୁମ୍ଭୀର କାନ୍ଦଣା ର ଅଭିନୟ କରିପାରିବେ । ଅଦାନୀ, ସଜ୍ଜନ ଜିନ୍ଦଲ ଭଳି କମ୍ପାନୀ ନିବେଶ ଓଡ଼ିଶାରେ ହୋଇଛି । ଆଗକୁ ମିତ୍ତଲ ଆସୁଛି । ଟାଟାର ବି ନିବେଶ ରହିଛି । ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ କର୍ପୋରେଟ ଫ୍ରେଣ୍ଡଲି । ତେଣୁ ନବୀନଙ୍କୁ ହଟାଇବାକୁ ମୋଦି କାହିଁକି ଚାହିଁବେ । ନବୀନ କୌଣସି କଥାରେ କେନ୍ଦ୍ର ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିନାହାନ୍ତି । ତେଣୁ ତାଙ୍କୁ ବିରୋଧ କରି ମୋଦି-ଶାହା ଙ୍କ ଫାଇଦା କଣ । ରାଜ୍ୟରେ ବିଜେପି ଶାଖାଟିଏ ଚାଲିବା ଦରକାର । କଂଗ୍ରେସ ଦୁର୍ବଳ ହୋଇଯାଇଛି । ତେଣୁ ଶାସକ ବିରୋଧି ଭୋଟ ଆପେ ବିଜେପିକୁ ଆସିବ । ସେହିପରି ଗୌତମ ଅଦାନୀ, ଅନୀଲ ଅମ୍ବାନୀ, ସଜ୍ଜନ ଜିନ୍ଦଲ, ରତନ ଟାଟା ଏବଂ ଅନୀଲ ଅଗ୍ରଓ୍ୱାଲ ମଧ୍ୟ ନବୀନ ସଙ୍ଗେ ସୁ-ସମ୍ପର୍କ ରଖିଛନ୍ତି । ସେମାନେ ସମସ୍ତେ ବିଜେପିର ଫାଇନାନ୍ସର । ସେମାନେ ନବୀନଙ୍କୁ ଡିଷ୍ଟର୍ଭ କରିବାକୁ ଚାହୁଁ ନାହାନ୍ତି । ତେଣୁ ନବୀନଙ୍କ ବିରୋଧରେ ଆକ୍ରମଣାତ୍ମକ ସ୍ୱଭାବ ଗ୍ରହଣ କରି କର୍ପୋରେଟ ଜଗତକୁ ମୋଦି ନାଖୁସ୍ କରିବାକୁ ଚାହୁଁ ନାହାନ୍ତି ।