ଗଞ୍ଜେଇ ବେପାରୀଙ୍କ ଠାରୁ ୭୫ ଲକ୍ଷ ଟଙ୍କା ଓ ଗଞ୍ଜେଇ ଜବତ କଲା କଟକ ପୋଲିସ

0

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ସହରକୁ ଡ୍ରଗ୍ସକୁ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରଯାଇଛି । ଗତକାଲି ସ୍ପେଶାଲ ସ୍କୁୱାର୍ଡ଼ ଓ ବାଦାମବାଡ଼ି ପୋଲିସ ମିଳିତ ଚଢ଼ାଉକରି ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ।ଏହି ଗଞ୍ଜେଇ ଦୁଇ ଗଞ୍ଜେଇ ବେପାରୀ ନାଁ ନାରାୟଣ ପତି ଓରଫ ବୁବୁ ଓ ତା’ର ଜଣେ ସହଯୋଗୀ ଅବକାଶ ସ୍ୱାଇଁଙ୍କ ଉପରେ କିଛି ଦିନ ହେବ ପୋଲିସର ନଜର ରଖିଥିଲା।

ସୂଚନା ଅନୁଯାୟୀ: ନାରାୟଣ ଦୀର୍ଘ ୨୦ବର୍ଷ ଏହି ଗଞ୍ଜେଇ ବେପାର କରୁଥିଲା। କଟକ ଓ କଟକ ଆଖପାଖରେ ସେ ସପ୍ଲାଇ କରୁଥିଲା ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତିକରି ମଧ୍ୟ ବିକ୍ରି କରୁଥିଲା। ଏକ ସାମ୍ବାଦିକ ସମ୍ମିଳନୀ କରି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି,ନାରାୟଣ ଉପରେ ସ୍ପେଶାଲ ସ୍କୁୱାର୍ଡ଼ ଓ ବାଦାମବାଡ଼ି ପୁଲିସ ନଜର ରଖିଥିଲେ। ଗତକାଲି ନାରାୟଣ ଓ ତା’ର ସହଯୋଗୀ ଅବକାଶ ବାଦାମବାଡ଼ିରେ ଗଞ୍ଜେଇ ବିକ୍ରି କରୁଥୁବା ଖବର ପାଇଥିଲା ପୋଲିସ ।

ସ୍ପେଶାଲ ସ୍କୁୱାର୍ଡ଼ ଓ ବାଦାମବାଡ଼ି ପୁଲିସ ମିଳିତ ଉଦ୍ୟମରେ ସେଠାରେ ଚଢ଼ାଉ କରି ଦୁଇଜଣଙ୍କୁ ଥାନାକୁ ଆଣିଥିଲେ । ସେମାନଙ୍କ ନିକଟରୁ ଜବତ ସ୍କୁଟିରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ନାରାୟଣକୁ ଅଧିକ ପଚରାଉଚାର କରିବା ପରେ ଆଜି ସକାଳେ ବୟାଳିଶ ମୌଜାରେଥିବା ତା’ ଘରେ ଚଢ଼ାଉ କରାଯାଇଥିଲା। ନାରାୟଣ ଘରୁ ୭୫ ଲକ୍ଷ ୨୦ ହଜାର ଟଙ୍କା ଓ ଏହା ସହ କିଛି ସୁନା ଅଳଙ୍କାର ମଧ୍ୟ ଜବତ କରଯାଇଛି ।

ଡିସିପି ଆହୁରି କହିଛନ୍ତି,ନାରାୟଣ ନାଁରେ ପୂର୍ବରୁ ବିଭିର୍ନ ଥାନାରେ ଅନେକ ମାମଲା ରହିଛି ପୂର୍ବରୁ ସେ ଅନେକଥର ଜେଲ୍‌ ମଧ୍ୟ ଯାଇଛି । ଗଞ୍ଜେଇ ବେପାର କରିବାକୁ ତାର ପରିବାର ଲୋକ ମଧ୍ୟ ସହଯୋଗ କରୁଥିଲେ ।
ନାରାୟଣ ପାଖରୁ ବିପୁଳ ପରିମାଣରେ ଅର୍ଥ ମିଳିଥିବାରୁ ଆର୍ଥିକ ସମ୍ବନ୍ଧରେ ଅଧିକ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ଓ ଆୟକର ବିଭାଗକୁ ଚିଠି ଲେଖାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।

Leave a comment