ଏଣିକି ମାଗଣାରେ ମିଳିବ ବୁଷ୍ଟର ଡୋଜ୍

0

ଏଣିକି ମାଗଣାରେ ମିଳିବ ବୁଷ୍ଟର ଡୋଜ୍ । ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଏହି ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । ୭୫ ଦିନିଆ ସ୍ବତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ, ୧୮-୫୯ବୟସ ବର୍ଗର ଥିବା ୭୭କୋଟିର ଜନସଂଖ୍ୟା ମଧ୍ୟରୁ ମାତ୍ର ୧ପ୍ରତିଶତରୁ କମ୍ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଏହା ସହ ୧୬କୋଟି ୬୦ବର୍ଷରୁ ଉର୍ଦ୍ଧ୍ବ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟ‌ରୁ ୨୬ପ୍ରତିଶତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେଇସାରିଥିବା ଜଣାପଡ଼ିଛି।

Leave a comment