ଜାଣନ୍ତୁ, ବିଲାତି ଖାଇଲେ କ’ଣ ଲାଭ ଓ କ୍ଷତି ମିଳିଥାଏ

0

ବିଲାତି ବାଇଗଣ ବା ଟମାଟର୍‌ ପ୍ରାୟ ଅଧିକାଂଶ ଲୋକଙ୍କ ପ୍ରିୟ ପରିବା ଭିତରୁ ଅନ୍ୟତମ। କେହି କେହି ଏହାକୁ ତରକାରୀରେ ପକାଇ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି କଞ୍ଚା ବି ଖାଇଥାନ୍ତି। ଏହାର ଖଟା, ମିଠା ପଣ ଖାଦ୍ୟାର ସ୍ବାଦକୁ ଦ୍ବିଗୁଣିତ କରେ।

କେବଳ ସ୍ବାଦ ପାଇଁ ନୁହେଁ, ଉପକାରୀ ଦୃଷ୍ଟିରୁ ବି ଟମାଟର୍‌ ଆଗ ଖୋଜା ପଡ଼େ। ଏହି ପରିବାରେ ବହୁ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟିଅସ୍କିଡାଣ୍ଟ୍‌ ହୃଦ୍‌ରୋଗ ଓ କର୍କଟ ପରି ରୋଗର ସମ୍ଭାବନାକୁ କମ୍‌ କରିଥାଏ।
ଏଥିରେ ଭିଟାମିନ୍‌ ସି, ପଟାସିୟମ୍‌, ଫଲେଟ୍‌ ଓ ଭିଟାମିନ୍‌ କେ ଆଦି ରହିଛି। ଦୈନନ୍ଦିନ ଟମାଟର୍‌ ଖାଇଲେ ଆପଣଙ୍କ ଶରୀରକୁ ଭିଟାମିନ୍‌ ସହ ବିଭିନ୍ନ ପ୍ରକାରର ମିନେରାଲ୍‌ ବି ମିଳିଥାଏ।
ଆପଣ ସବୁଜ କିମ୍ବା ନାଲି ଯେଉଁ ବି ରଂଗର ଟମାଟର୍‌ ଖାଆନ୍ତୁ, ତାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ତେବେ ସବୁ ଖାଦ୍ୟର ଏକ ପରିମାଣ ରହିଛି। ଟମାଟର୍‌ ଶରୀର ପାଇଁ ଭଲ ହୋଇଥିଲେ ବି ଅତ୍ୟଧିକ ପରିମାଣ ସେବନ କରିବା ଅନୁଚିତ। ଅତ୍ୟଧିକ ଟମାଟର୍‌ ଖାଇଲେ ଗଣ୍ଠିଦରଜ ପରି ସମସ୍ୟା ଦେଖା ଦେଇଥାଏ।
ତେବେ ଯେଉଁ ରୋଗୀମାନଙ୍କର କିଡ୍‌ନି ସମସ୍ୟା ରହିଛି, ସେମାନେ ଟମା‌ଟର୍‌ ନଖାଇଲେ ଭଲ।
ତେବେ ଆହୁରି ଏକ କଥା ରହିଛି ଯେ ଟମାଟର୍‌ ଖାଇଲେ ଆପଣଙ୍କ ତ୍ବଚା ଯୁବା ଦିଶିପାରେ।

Leave a comment