ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ
ତୋଷାଖାନା ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଝଟକା । ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ୩ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ କୋର୍ଟ । ଏହା ସହିତ ୧ ଲକ୍ଷ ଟଙ୍କା ଜୋରିମନା ଲଗାଇଛନ୍ତି କୋର୍ଟ।
ତେବେ କୋର୍ଟଙ୍କ ରାୟ ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ । କୋର୍ଟଙ୍କ ରାୟ ପରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲାହୋରା ଠାରେ ଗିରଫ କରିଛି ପୋଲିସ। ପରେ ତାଙ୍କୁ ସେଠାରୁ ଜେଲକୁ ପଠାଇଦିଆଯିବ।