ଫଡନାଭିସ୍ ନୁହେଁ, ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

0

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ନୁହେଁ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ଵିଜେପି ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଏକ ମିଳିତ ଖବରଦାତା ସମ୍ମିଳନୀରେ ସିନ୍ଧେଙ୍କ ଉପସ୍ଥିତିରେ ଫଡନାଭିସ୍ ଏହା ଘୋଷଣା କରିଛନ୍ତି।

ଆଜି ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ସିନ୍ଦେ ନିଜେ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସିନ୍ଦେ ଏବଂ ଫଡନାଭିସ୍ ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାୟାରିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ତେବେ ପୂର୍ବରୁ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଶେଷରେ ବାଜି ଓଲଟି ପଡିଛି।

Leave a comment