ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣବେଳେ ଏଭଳି କଲେ ରାଗିଯାଆନ୍ତି ସୂର୍ଯ୍ୟଦେବ
ସନାତନ ଧର୍ମ ରେ ସୂର୍ଯ୍ୟ କୁ ଜଳ ଦେବାର ପରମ୍ପରା ରହିଅଛି । ବୈଦିକ କାଳରୁ ଚାଲିଆସିଥିବା ଏହି ପରମ୍ପରା ଆଜି ମଧ୍ୟ ପାଳନ କରାଯାଇ ଆସୁଅଛି । ସୂର୍ଯ୍ୟ ଙ୍କର ପୂଜା ଭଗବାନ ରାମ ପ୍ରତ୍ୟକ ଦିନ କରୁଥିଲେ । ଶାସ୍ତ୍ର ରେ ମଧ୍ୟ କୁହାଯାଇଅଛି ଯେ ପ୍ରତ୍ୟକ ଦିନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଆବଶ୍ୟକ ।
ପୁରାଣ ଅନୁସାରେ ମଧ୍ୟ କୁହାଯାଇଅଛି ଯେ ସଂସାରର ସମସ୍ତ ମାନବ ଙ୍କୁ ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବତା ଙ୍କୁ ଜଳ ଅବଶ୍ୟ ଚଢାଇବା ଆବଶ୍ୟକ । ସୂର୍ଯ୍ୟ ଙ୍କୁ ତମ୍ବା ର ନୋଟା ରେ ଜଳ ଅର୍ପଣ କରିବା ବହୁତ ଶୁଭ ମାନାଯାଇଅଛି । ତେବେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ:
-ସୂର୍ଯ୍ୟ ଦେବତାଙ୍କୁ ସର୍ବଦା ପୂର୍ବ ଆଡକୁ ମୁଖ କରି ଜଳ ଚଢାଇବା ଆବଶ୍ୟକ । ସୂର୍ଯ୍ୟ ଙ୍କ ଦଶା ଯେତେବେଳେ ପୂର୍ବ ଆଡକୁ ହୋଇଥିବ ସେହି ସମୟରେ ଜଳ ଚଢାଇବା ଉଚିତ ବୋଲି କୁହାଯାଏ ।
-ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖିବେ ଯେ ସେହି ଜଳର ଛିଟା ଆପଣଙ୍କ ପାଦ ଉପରେ ଜେଭଳି ନ ପଡିବ । ଯଦି ଜଳ ଚଢାଇବା ସମୟରେ ଆପଣଙ୍କ ପାଦରେ ଛିଟା ପଡିଥାଏ ତେବେ ଏହା ଅଶୁଭ ଲକ୍ଷଣ ହୋଇଥାଏ । ଏହା ଦ୍ଵାରା ସୂର୍ଯ୍ୟ ଦେବ କ୍ରୋଧିତ ହୋଇଥାନ୍ତି ।
-ସ୍ନାନ ନ କରି ଆପଣ ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ସହିତ ପ୍ଲାଷ୍ଟିକ ର କୌଣସି ପ୍ରକାରର ଜିନିଷ ଦ୍ଵାରା ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ ।
-ସୂର୍ଯ୍ୟ ଦେବତା ଙ୍କୁ ବ୍ରହ୍ମ ମୂହୁର୍ତ୍ତ ରେ ହିଁ ଜଳ ଅର୍ପଣ କରନ୍ତୁ । ସକଳ ୩ ରୁ ୫ ଘଟିକା ସମୟ ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରିବାର ସବୁଠାରୁ ଉତ୍ତମ ସମୟ ଅଟେ । ଜଳ ଚଢାଇବା ପୂର୍ବ ରୁ ଆପଣଙ୍କ ନିୟମିତ କାର୍ଯ୍ୟକଳାପ ମଧ୍ୟ ପୂର୍ଣ୍ଣ ହେବା ଆବଶ୍ୟକ । ସ୍ୱଚ୍ଛ ବସ୍ତ୍ର ପିନ୍ଧି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏଭଳି କରିବା ଦ୍ଵାରା ନବଗ୍ରହ ଙ୍କ କୃପା ଜଳ ଚଢାଉଥିବା ବ୍ୟକ୍ତି ଙ୍କ ଉପରେ ସର୍ବଦା ରହିଥାଏ ।
-ଚପଲ ପିନ୍ଧି ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପିତ କରନ୍ତୁ ନାହିଁ । ରବିବାର ଦିନ ବିଶେଷ ଭାବରେ ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପିତ କରନ୍ତୁ ।