ନିରବି ଗଲେ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଝୁରୁଛି ଓଲିଉଡ୍
ଓଡିଶା (ବ୍ୟୁରୋ) : ବିଶିଷ୍ଟ ଫିଲ୍ମ ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ୧୯୫୧ ମସିହାରେ ମନମୋହନ ମହାପାତ୍ରଙ୍କ ଜନ୍ମ ହୋଇଥିଲା। ସେ ପୁନେ ଏଫ୍ଟିଆଇଆଇରୁ ପାସ୍ କରିବା ପରେ ୧୯୭୬ ମସିହାରେ ଓଡ଼ିଆ ଫିଲ୍ମ ‘ଶୀତରାତି’ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଜାତୀୟ ପୁରସ୍କାର ପାଇଥିଲା। ଏହି ଫିଲ୍ମ ୧୯୮୨ ମସିହାରେ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇଥିଲା। ‘ନିଶିତ ସ୍ୱପ୍ନ‘, ‘ମଝି ପାହାଚ’, ‘ଟାୟାର୍ଡ ଆପ୍ଟରନୋନ୍’, ‘ନିରବଝଡ଼’, ‘ଶୀତରାତି’, ‘ଭିନ୍ନ ସମୟ’ ପରି ଫିଲ୍ମ ପାଇଁ ସେ ୮ ଥର ଜାତୀୟ ପୁରସ୍କାର ପାଇଛନ୍ତି।