ବିଏମସିର ନିଷ୍ପତ୍ତି; ଆଉ ଭୁବନେଶ୍ବର ଦାରୁଠେଙ୍ଗକୁ ଯିବନି ଅଳିଆ

0

ଆଉ ଭୁବନେଶ୍ବର ଦାରୁଠେଙ୍ଗକୁ ଯିବନି ଅଳିଆ । ଏହି ନିଷ୍ପତ୍ତି ନେଇଛି ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ୍ । ମେ’ ୩୧ ତାରିଖ ସୁଦ୍ଧା ଅଳିଆ ପକାଇବା ବନ୍ଦ କରିବା ଲାଗି ଦାରୁଠେଙ୍ଗବାସୀଙ୍କୁ ବିଏମ୍‌ସି କହିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଳିଆ ପକାଇବ ବନ୍ଦ କରିଛି ।

ଏଣିକି ଭୁବନେଶ୍ଵର ଅଳିଆ ଭୁବନେଶ୍ୱରରେ ପ୍ରୋସେସିଂ ହେବ । ପୂର୍ବରୁ ଦାରୁଠେଙ୍ଗକୁ ପ୍ରତିଦିନ ଦେଢ଼ ଶହ ଗାଡ଼ି ଯାଉଥିଲା । ଦାରୁଠେଙ୍ଗରେ ବାୟୋ ମାଇନିଂ ପ୍ଲାଣ୍ଟ କାମ ମଧ୍ୟ ଆରମ୍ଭ ହୋଇଛି । ୩ ବର୍ଷ ମଧ୍ୟରେ ସେ ଅଞ୍ଚଳର ମଧ୍ୟ ସମସ୍ତ ଅଳିଆ ପ୍ରୋସେସ୍ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

Leave a comment