ଉନ୍ମୋଚନ ହେଲା ସଞ୍ଚାର ସାଥୀ ପୋର୍ଟାଲ; ଏଣିକି ସହଜରେ ମିଳିବ ହଜିଯାଇଥିବା ମୋବାଇଲ

0

ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଏହି ପୋର୍ଟାଲରେ ଫୋନ୍ ଚୋରି ଅଭିଯୋଗ ଆସିବା ପରେ ଅଭିଯୋଗକାରୀଙ୍କ ପରିଚୟ ଯାଞ୍ଚ କରାଯିବ । ଏହା ପରେ ଟେଲିକମ୍ ଅପରେଟର ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ମିଳିତ ଉଦ୍ୟମରେ ଫୋନକୁ ଠାବ କରି ବ୍ଲକ କରାଯିବ । ନିଜ ନାମରେ କେତୋଟି ସିମ୍ ରହିଛି ତାହାକୁ ମଧ୍ୟ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ଜାଣିପାରିବେ । ଏହି ପୋର୍ଟାଲ ମୋବାଇଲ୍ ଚୋରାଚାଲାଣର ମଧ୍ୟ ଯାଞ୍ଚ କରିବ । ଯଦି କେହି ଚୋରି ମୋବାଇଲ ଆଇଏମ୍ଆଇ ନମ୍ବର ବଦଳାଇ ଦିଅନ୍ତି, ତଥାପି ସେହି ଫୋନକୁ ଠାବ କରିହେବ । ଆସନ୍ତୁ ଜାଣିବା, କିପରି ଏହି ପୋର୍ଟାଲ ଦ୍ୱାରା ଅଭିଯୋଗ କରିବେ ।

-Sancharsathi.gov.in ଓପନ କରିବାକୁ ହେବ

– ସେଥିରେ ଥିବା Block Stolen/Lost Mobileର ବିକଳ୍ପ ବାଛିବାକୁ ହେବ

– ୱେବସାଇଟରେ ମୋବାଇଲ୍ ଓ ନିଜ ସମ୍ପର୍କରେ ମଗାଯାଇଥିବା ତଥ୍ୟ ଦେବାକୁ ହେବ

– ମୋବାଇଲ୍ ନମ୍ବର, ଆଇଏମ୍ଆଇ ନମ୍ବର, ବ୍ରାଣ୍ଡ ନାମ ଆଦି ଦିଆଯିବ

– ମୋବାଇଲ ଚୋରି ହୋଇଥିବା ସ୍ଥାନ ଓ ହଜିଥିବା ତାରିଖ ଦେବାକୁ ପଡ଼ିବ

– ପୋଲିସ ଷ୍ଟେସନ୍, ଅଭିଯୋଗ ସଂଖ୍ୟା ଓ ଅଭିଯୋଗ କପ୍ ଦିଆଯିବ

-ମୋବାଇଲ ମାଲିକଙ୍କ ନାମ, ଠିକଣା, ଇ-ମେଲ ଆଇଡି ଦେବାକୁ ହେବ

-ସବୁ ତଥ୍ୟ ଦେବା ପରେ ସେଲଫ୍ ଡିକ୍ଲାରେସନ୍ ଫର୍ମ ଦାଖଲ କରାଯିବ

-ଏହା ପରେ ଅଭିଯୋଗର ଏକ ଆଇଡି ଜାରି ହେବ

-ସେହି ଆଇଡି ଆଧାରରେ ଅଭିଯୋଗର ସ୍ଥିତି ଜାଣି ହେବ

Leave a comment