ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ମୁଁହ ଖୋଲିଲେ ଡିସିପି; ହିଷ୍ଟ୍ରୀ ଖୋଲିବ ଜଗବନ୍ଧୁଙ୍କ ଘରୁ ମିଳିଥିବା ୪ଟି ମୋବାଇଲ୍, ଲ୍ୟାପଟପ୍, ଡାଏରି
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଗିରଫ ପରେ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସାମ୍ୱାଦିକ ସମ୍ମିଳନୀ କରି ଏହି ମାମଲାର ସବିଶେଷ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଏତଲା ଆଧାରେ ଜଗବନ୍ଧୁଙ୍କୁ କରାଯାଇଛି ଗିରଫ। ଜଗବନ୍ଧୁଙ୍କ ଘରୁ ୪ଟି ମୋବାଇଲ୍, ଲ୍ୟାପଟପ୍, ଡାଏରି ଜବତ ହୋଇଛି।
ଏହାଛଡ଼ା କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଜବତ କରାଯାଇଛି। ଜଗବନ୍ଧୁର ବ୍ୟାଙ୍କ କାରବାର ନେଇ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ରୁ ହିସାବ କିତାବ ପୋଲିସ ହାତରେ ଲାଗିଛି। ଆବଶ୍ୟକ ହେଲେ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ନିଆଯିବ ବୋଲି ଡିସିପି କହିଛନ୍ତି। ଏହି ମାମଲା ସହିତ ଯାହାର ସମ୍ପୃକ୍ତି ଅଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ ସିଂହ କହିଛନ୍ତି।