ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ୟଶ, ୧୮୫କିମି ବେଗରେ ବହିବ ପବନ- odisha fast

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ୟଶ । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ ୟଶ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଆସନ୍ତା ୨୪ତାରିଖ ସନ୍ଧ୍ୟାରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ୪୦ରୁ ୫୦ କିମି ବେଗରେ ପବନ ବହିବ । ୨୬ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍‌ ବେଳକୁ ପବନ ବେଗ ୧୫୫ରୁ ୧୬୫ କିମି ରହିବ। ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ପବନର ବେଗ ବଢି ଘଣ୍ଟା ପ୍ରତି ୧୮୫କିମି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

Leave a comment