ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ସ୍ଥିତ ଘରୋଇ ସନ୍ ହସ୍ପିଟାଲ ସାମୟିକ ଭାବେ ବନ୍ଦ ହୋଇଛି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ’ କଜ୍ ନୋଟିସ୍ ଜାରି ହୋଇଥିଲା। ସନ୍ତୋଷଜନକ ଉତ୍ତର ନମିଳିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ମିଳିନି ସେପର୍ଯ୍ୟନ୍ତ ହସ୍ପିଟାଲ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଚିକିତ୍ସା ଓ ଟେଷ୍ଟିଂ ବନ୍ଦରହିବ ବୋଲି ଜଣାପଡ଼ିଛି।