ନାବାଳକ ଗାଡିଚାଳକଙ୍କୁ ୩୫ ହଜାର ଫାଇନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅମାନିଆ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ମୋଟ ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଏହି କ୍ରମରେ
ଜଣେ ନାବାଳକଙ୍କୁ ୩୫ ହଜାର ଟଙ୍କା ଫାଇନ ପଡିଛି।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆପାଟଣା ଲାଇନର ଜଣେ ନାବାଳକ ଗାଡି ଚଲେଇ ଡାକ୍ତରଖାନା ଛକ ଦେଇ ଯାଉଥିଲେ। ଗାଡି ଚଲେଇ ଯାଉଥିବା ବେଳେ ନାବାଳକଙ୍କୁ ଟ୍ରାଫିକ ଏଏସଆଇ ବିଜୟ ପାଇକରାୟ ନାବାଳକକୁ ଅଟକାଇ ପଚରାଉଚରା କରିବା ବେଳେ ସେ ଧରାପଡିଛନ୍ତି। ଉକ୍ତ ଗାଡିକୁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏଏସଆଇ ସୁଶାନ୍ତ ପାତ୍ରଙ୍କ ଜିମା ଦେଇଥିଲେ।। ଏଏସଆଇ ନାବାଳକଙ୍କ ଠାରୁ ଗାଡି ଜବତ କରିଛନ୍ତି । ନାବାଳକ ଜଣକ ଗାଡି ଚଲାଇବା ପାଇଁ ୩୫ ହଜାର ଫାଇନ କଟିଛି।