ରାଜ୍ୟରେ ପୁଣି ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ରେ ଆଉ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ ଜଣ ଥିବା ଜଣାଯାଇଛି। ସେହିପରି ବରଗଡ, କଟକ ଓ ନୟାଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀରୁ ୪ ଏବଂ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ପ୍ରାଣହାନି ଘଟିଛି । ସେହିପରି କଳାହାଣ୍ଡି ଜିଲ୍ଲାରୁ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।