କରୋନାରୁ ବର୍ତ୍ତିବା ପାଇଁ ଟିପ୍ସ ଦେଲେ ଡାକ୍ତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ମହାମାରୀରୁ ସୁରକ୍ଷିତ ରଖିବାକୁ ହେଲେ ଉଷୁମ ପାଣି ପିଅନ୍ତୁ। ଉଷୁମ ପାଣି ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ। ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ। କାଢ଼ା ପିଇଲେ ଭଲ। କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ ଏସସିବି ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ଏହି ଟିପ୍ସ ଦେଇଛନ୍ତି। ସେ କହିଛନ୍ତି କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ ସିରପ ଖାଆନ୍ତୁ। ନିଜ ଇଚ୍ଛାରେ ମାତ୍ରାଧିକ କଫ ସିରପ ଖାଆନ୍ତୁ ନାହିଁ। ନିୟମିତ ଶୟନ କରନ୍ତୁ। ସୁଷମ ଖାଦ୍ୟ ସେବନ କରନ୍ତୁ। କରୋନା ଯୋଗୁଁ ଫୁସଫୁସ ବେଶୀ କ୍ଷତି ହେଉଥିବାରୁ ଧୂମପାନ ଠାରୁ ଦୂରେଇ ରୁହନ୍ତୁ। ମାନସିକ ବିଷାଦ ଥିଲେ ପରିବାର ଓ ବନ୍ଧୁ ଶୁଭେଚ୍ଛୁଙ୍କ ସହ କଥା ହୁଅନ୍ତୁ।

Leave a comment