ମମିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୬ ଘଣ୍ଟିଆ ହରତାଳ କରୁଛି କଂଗ୍ରେସ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ସହିତ ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ଏଭଳ ଧର୍ମଘଟର ଡାକରା ଦେଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଂଗ୍ରେସ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ପାଳନ କରୁଛି । ସାଧାରଣ ଲୋକେ ମଧ୍ୟ ଏହି ଧର୍ମଘଟକୁ ସହଯୋଗୀ କରୁଥିବା ଦେଖିବାକୁ ମିଳିଛି ।

ବନ୍ଦ ପାଳନକୁ ନେଇ ହାଇକୋର୍ଟ କହିଥିଲେ ଯେ, ରାଜନୈତିକ ଦଳ ବିକ୍ଷୋଭ ପ୍ରଦର୍ଶନ କରିପାରିବେ, କିନ୍ତୁ କାହାର ବ୍ୟକ୍ତିଗତ ସ୍ବାଧୀନତା ଛଡ଼ାଇ ନେଇ ପାରିବେ ନାହିଁ। ଅଖଚକ ବନ୍ଦ କରିବା ମଧ୍ୟ ବେଆଇନ। ହରତାଳ ବେଳେ ରାସ୍ତାରେ କୌଣସି ଗାଡ଼ିମୋଟର ଜବରଦସ୍ତ ଅଟକାଇ ପାରିବେନି ଆନ୍ଦୋଳନକାରୀ । ରେଳ ଓ ବିମାନ ଯାତ୍ରା ବନ୍ଦ କରିପାରିବେନି । କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଜୋର ଜବରଦସ୍ତ ବନ୍ଦ କରାଯାଇ ପାରିବନି ବୋଲି ହାଇକୋର୍ଟ କହିଥିଲେ । ଭୁବନେଶ୍ୱରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସୁରୋଶ କୁମାର ରାଉତରାୟଙ୍କ ସମେତ ବହୁ ନେତା ଧର୍ମଘଟରେ ସାମିଲ ହୋଇଛନ୍ତି । ବିଭିନ୍ନ ଛକରେ ଶୋଭାଯାତ୍ରା କରିବା ସହ ପଥଚାରୀଙ୍କୁ ଚକୋଲେଟ ଦେଇ ଧର୍ମଘଟକୁ ସମ୍ମାନ ଦେବାକୁ କହୁଛନ୍ତି । ସେହିପରି କେନ୍ଦ୍ରାପଡା, କଟକ, ରାଉରକେଲା ସମେତ ସାରା ରାଜ୍ୟରେ ଧର୍ମଘଟ ଜାରି ରହିଛି ।

Leave a comment