୭୫ ତମ ସ୍ୱାଧିନତା ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସାରା ଦେଶ ପାଳୁଛି ୭୫ ତମ ସ୍ୱାଧିନତା ଦିବସ । ଆଜିର ଦିନରେ ସ୍ୱାଧିନ ହୋଇଥିଲା ଭାରତ । ଦୀର୍ଘ ୨୦୦ ବର୍ଷ ଧରି ବ୍ରିଟିଶ ଶାସନ ଅଧିନରେ ଥିବା ଭାରତ ପାଇଥିଲା ସ୍ୱାଧିନତାର ସ୍ୱାଦ ।
ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ଆସନ୍ତୁ ଏକ ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
ତେବେ ଏହି ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାଧିନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଦେଶର ଏକତା ଓ ଅଖଣ୍ଡତାକୁ ସମସ୍ତେ ବଜାୟ ରଖିବା ଉଚିତ । ଏହାସହ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ କହିଛନ୍ତି ।