ଆସନ୍ତା ୧୬ରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

0

ମେ’ ୧୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ସୋ’ ରହିଛି । ରୋଡ୍‌ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଙ୍ଗନଗର ଛକରୁ ବାହାରିଥିବା ରୋଡ଼ ଶୋ’ LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ,ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ।ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ବେଳେ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯିବ। ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ରୋଡ୍‌ ସୋ’ ସମୟରେ ସିନିୟର ପୁଲିସ ଅଫିସର ମାନେ ଉପସ୍ଥିତ ରହିବେ। ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ବୋଲି ଭୁବନେଶ୍ବର ଡ଼ିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave a comment