ଦ୍ରୌପଦୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ଝିଅ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବାରେ ଲାଗିଛି ।
ତେବେ ମାଟିର ଝିଅକୁ ଜିତାଇବାକୁ ଅଣ୍ଟାଭିଡିଲା ବିଜେଡି । ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଓଡ଼ିଶା ମାଟିର ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଭୋଟ ଦିଅନ୍ତି ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ । ସ୍ୱୟଂ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ମଙ୍ଗ ଧରିଛନ୍ତି ।
ଏହି କ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନରସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି ।
ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସର ବିଧାୟକ ଏବଂ ପିସିସି ସଭାପତିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ଦଳର ନେତା ଭେଟିବେ । ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମସ୍ତେ ଭୋଟ ଦେବେ ସେନେଇ ବିଜେଡି ଉଦ୍ୟମ କରୁଛି । ଏହାସହ କଂଗ୍ରେସ ବିଧାୟକ, ବଣାଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୁଝାଇବାକୁ ନବୀନ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ପିସିସି ସଭାପତିଙ୍କୁ ବି ବୁଝାଇବା ପାଇଁ ନବୀନ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଓଡିଶା କଂଗ୍ରେସର ୯ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ଏହା ପୂର୍ବରୁ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ମକରନ୍ଦ ।