ଏକାମ୍ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ମୁକାବିଲା ପାଇଁ ଏକାମ୍ର ବରିଷ୍ଠ ନାଗରିକ ସଂଘ ପୁରୁଣା ଭୁବନେଶ୍ୱର ତରଫରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହାୟକ ପାଣ୍ଠିକୁ ଟ.୩୫,୦୦୦ ସହାୟତା ରାଶି ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା(ବାବୁଲି), ସମ୍ପାଦକ-ଧୀରେନ ପଟ୍ଟନାୟକ, ନୃସିଂହ ଚରଣ ଖୁଣ୍ଟିଆ, ମହେନ୍ଦ୍ର ପଟ୍ଟନାୟକ, ସରକେଶ୍ୱର ପଟ୍ଟନାୟକ, ଗୌର ମୋହନ ଦଶ, ନିହାର ସେଠି, ସୁକାନ୍ତ ମହାପାତ୍ର, ବିଜୟ ମଲ୍ଲିଆ ଏବଂ କୋଷଧକ୍ଷ-ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ।

Leave a comment