ରି ପୁଲିଂ ପାଇଁ ନିର୍ବାଚନ ଅଧିକାରୀ ଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ୪ର୍ଥ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରେ ହୋଇଥିବା ବ୍ୟାପକ ଅନିୟମିତତା ର ପ୍ରମାଣ ନେଇ ଦିଲ୍ଲୀ ଗସ୍ତ କରିବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ତାହା ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ତଥ୍ୟ ପ୍ରମାଣ ଦାଖଲ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ, ଅନ୍ତିମ ନିର୍ବାଚନରେ ରାଜ୍ୟରେ ବ୍ୟାପକ ଅନିୟମିତତା ହୋଇଛି । ତିନିଜଣ ସରକାରୀ ଅଧିକାରୀ ଶାସକ ଦଳକୁ ସହଯୋଗ କରିବା ନେଇ ନିଲମ୍ବିତ ମଧ୍ୟ ହୋଇଛନ୍ତି । ସେହିପରି ଅନେକ ବୁଥରେ ରିଗିଂ ଅଭିଯୋଗ ମଧ୍ୟ ଆସିଛି । ତେଣୁ ୧୫ ବିଧାନସଭା କ୍ଷେତ୍ରର କିଛି ବୁଥରେ ରି ପୁଲିଂ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବାକୁ ସେ ଦିଲ୍ଲୀ ଆସିଥିଲେ ବୋଲି କହିଥିଲେ ଧର୍ମେନ୍ଦ୍ର ।

Leave a comment