ନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ । ଯାଜପୁର ଜିଲ୍ଲା ବରୀ ବ୍ଲକ ସଂକରାକୁଳରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ଯାଇଛନ୍ତି। ନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି। ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ। ମୃତ ଯୁବକ ଦ୍ୱୟ ବାଲିଆ ଗ୍ରାମର ଶରତ ମିଶ୍ରଙ୍କ ପୁଅ ସୁନୀଲ ମିଶ୍ର (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୧୮) ବୋଲି ଜଣାପଡିଛି। ଆଜି ଦିନ ୧୧ଟା ସମୟରେ ଦୁଇ ଯୁବକ ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ନଦୀରେ ବୁଡି ଯାଇଥିଲେ।

Leave a comment