ରକ୍ତ କର୍କଟ ପୂର୍ବରୁ ଶରୀର ଦେଖାଦିଏ ଏହି ଲକ୍ଷଣ , ଏହାକୁ ହାଲୁକାରେ ନିଅନ୍ତୁ ନାହିଁ
ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉଛନ୍ତି। ଏପରି ପରିସ୍ଥିତିରେ ସେମାନେ ଆଗାମୀ ଦିନରେ ନିଶ୍ଚିତ ଭାବରେ କିଛି ନା କିଛି ରୋଗରେ ପୀଡ଼ିତ ହୋଇଥାନ୍ତି। ଯାହା ପରେ ସେମାନଙ୍କୁ ଔଷଧ ସେବନ କରିବାକୁ ପଡ଼ିଥାଏ। ରକ୍ତ କର୍କଟକୁ ନେଇ ବର୍ତ୍ତମାନ ସମୟରେ ଦୁନିଆଁର ସର୍ବାଧିକ ଲୋକ ଚିନ୍ତିତ ହେଉଛନ୍ତି। ଏହି ରୋଗ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଯାହାର ମୁଖ୍ୟ କାରଣ ଏହା ଯେ , ଯେତେବେଳେ ଏହାର ପ୍ରାରମ୍ଭିକ ଲକ୍ଷଣ ଆପଣଙ୍କ ଶରୀରରେ ଦେଖୁଛନ୍ତି, ସେତେବେଳେ ଆପଣ ସେଗୁଡିକୁ ଅଣଦେଖା କରିଦେଉଛନ୍ତି। ଯାହା ପରେ ଏହା ବୃଦ୍ଧି ହୋଇ ଏକ ଗମ୍ଭୀର ରୋଗର ରୂପ ନେଇନେଉଛି , ଯାହାର ଚିକିତ୍ସା ମଧ୍ୟ ହୋଇପାରୁନାହିଁ।
ତେଣୁ ଆଜି ଆମେ ଆପଣଙ୍କୁ ରକ୍ତ କର୍କଟର ପ୍ରାରମ୍ଭିକ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ , ଯାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଲକ୍ଷଣ ଗୁଡିକ ଜାଣିଲା ପରେ ହିଁ ଆପଣ ଏହାକୁ ଠିକ୍ ସମୟରେ ଚିକିତ୍ସା କରିପାରିବେ। ରକ୍ତ କର୍କଟର ପ୍ରଥମ ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ଜ୍ୱର ଆସିବା। ଆପଣ ଟିକିଏ କାମକରିବା ଦ୍ୱାରା ଶରୀରରେ ଥକ୍କାପଣ ଅନୁଭବ ହେବା , ଦୁର୍ବଳ ଲାଗିବା ଏବଂ ପ୍ରତିଦିନ ସାମାନ୍ୟ ଜ୍ୱର ରହିବା କର୍କଟ ରୋଗର ଲକ୍ଷଣ ହୋଇଥାଏ।
ଅନେକ ଥର ଆପଣ ଦେଖିଥିବେ ଯେ ଶରୀରର କିଛି ଅଂଶରୁ ଅର୍ଥାତ ନାକ , ପାଟି କିମ୍ବା ଶୌଚ ସମୟରେ ହଠାତ ରକ୍ତସ୍ରାବ ଆରମ୍ଭ ହୋଇଥାଏ। ଅନେକ ଲୋକ ଏହାକୁ ଅଣଦେଖା କରିଦିଅନ୍ତି , କିନ୍ତୁ ଏହା ମଧ୍ୟ ରକ୍ତ କର୍କଟର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ।
ଆପଣ ଅଳ୍ପ ଖାଦ୍ୟ ଖାଇବା ପରେ ମଧ୍ୟ ପେଟ ପୁରିଯିବା ପରି ଅନୁଭବ ହେବା କିମ୍ବା ଭୋକ ନ ଲାଗିବା ଭଳି କିଛି ଅନୁଭବ କରିବା ଦ୍ୱାରା ଯଥାଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରନ୍ତୁ।
ଗରମ ଋତୁର ରାତିରେ ଶୋଇବା ସମୟରେ ଝାଳ ବାହାରିବା ସାଧାରଣ କଥା ଅଟେ। କିନ୍ତୁ ଯଦି ଥଣ୍ଡା ପାଗରେ ଝାଳ ବାହାରିଥାଏ , ତେବେ ଏହା ରକ୍ତ କର୍କଟର ଲକ୍ଷଣ ବୋଲି ବୁଝିଯାଆନ୍ତୁ।ଅନେକ ଥର ସାମାନ୍ୟ ରୋଗ ଯେପରିକି ପାଟିରେ ଘା ହେବା , ଚର୍ମରେ କୁଣ୍ଡେଇ ହେବା , ଗଳା ଖରାପ ହେବା କିମ୍ବା ମୁଣ୍ଡ ବିନ୍ଧା ଅନୁଭବ ହେବା ଦ୍ୱାରା ମଧ୍ୟ ଡାକ୍ତରଙ୍କ ନିକଟକୁ ଯାଇ ପରୀକ୍ଷା କରିନେବା ଉଚିତ।