ଆସନ୍ତା ୭ରେ ବିଧାନସଭା ଘେରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ବେରୋଜଗାରୀ ହେବ ମୁଖ୍ୟ ପ୍ରସଙ୍ଗ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଥିବା ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଏହି ମୋର୍ଚ୍ଚାର ନେତୃତ୍ୱ ନେବେ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷା ସାସଂଦ ପୁନମ ମହାଜନ । ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ବିଳନୀରେ ଏହାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି “ବିଗତ ୧୯ ବର୍ଷ ନିରବଚ୍ଛିନ୍ନ ଶାସନକାଳ ମଧ୍ୟରେ ରାଜ୍ୟ ସରକାର ନିଯୁକ୍ତିର କୌଣସି ସୁଯୋଗ ସୃଷ୍ଟି କରିପାରିନାହାନ୍ତି । ତେଣୁ ଆଜି ରାଜ୍ୟର ବେକାରୀ ସଂଖ୍ୟା ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ରାଜ୍ୟ ପାଇଁ ଏକ ଚିନ୍ତାର ବିଷୟ । ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଏହାର ଜବାବ ମାଗିବାର ଉଚିତ ସମୟ ଆସି ପହଁଞ୍ଚିଛି । ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରୁ ଯୁବକମନେ ଲୋୟର ପିଏମଜି ଠାରେ ଏକତ୍ରିତ ହେବେ । ସେଠାରୁ ଏକ ର‌୍ୟାଲି ବିଧାନସଭା ଅଭିମୁଖେ ବାହାରି ବିଧାନସଭା ଘେରାଉ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନ ତୃଣମୂଳ ସ୍ତରକୁ ନିଅଯିବ “।

Leave a comment