ହସ୍ପିଟାଲ ଦାବିରେ ଆଜି ବରଗଡ ବନ୍ଦ ଡାକରା

0

ଓଡିଶା ଫାଷ୍ଟ( ବ୍ୟୁରୋ): ସିଟି ହସ୍ପିଟାଲ ଦାବିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସମର୍ଥନ ଦେବାକୁ ଯାଇ ବରଗଡ ଜନସାଧାରଣ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିବା ଦେଖାଦେଇଛି । ସହରରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। କୌଣସି ନିର୍ଦ୍ଦିଷ୍ଟ ଦଳ ଏଥିରେ ସାମିଲ ହୋଇନାହିଁ। ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରିଛି ।ସହରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ବରଗଡ ଜିଲ୍ଲାରେ ଥିବା ଚିକିତ୍ସାଳୟ ଟୁକୁରଲା କୁ ସ୍ଥାନାନ୍ତରିତ ହେବା ପରେ ବରଗଡ଼ ସହର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି ସହରରେ ସେଭଳି କୌଣସି ଭଲ ସରକାରୀ ହସ୍ପିଟାଲ ନଥବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ବାସୀ ଦାବି ଜଣାଇଛନ୍ତି ।

Leave a comment