ଅମାନିଆ ଲୋକ ମାନଙ୍କ ପାଇଁ ନିୟମ କଡ଼ାକଡ଼ି କଲା ବୈପାରିଗୁଡା ପୋଲିସ ପ୍ରଶାସନ

0

ଓଡ଼ିଶା ଫାଷ୍ଟ(ସରୋଜ କୁମାର ଲେଙ୍କା): ଅମାନିଆ ଲୋକ ମାନଙ୍କ ପାଇଁ ନିୟମ କଡ଼ାକଡ଼ି କଲା କୋରାପୁଟ ଜିଲ୍ଲା ବୈପାରିଗୁଡା ପୋଲିସ ପ୍ରଶାସନ । କୋରନା ସଂକ୍ରମଣ ର ମୁକାବିଲା ପାଇଁ ବୈପାରିଗୁଡା ଥାନା ଅଧିକାରୀ ଡ଼ିଏସପି ଅଂଶୁମାନ ଦ୍ବିବେଦୀଙ୍କ ନିର୍ଦ୍ଦେଶକ୍ରମେ ବୈପାରିଗୁଡା ମୁଖ୍ୟ ଛକ ଠାରେ ଯାତାୟାତ କରୁଥିବା ଅମାନିଆ ଲୋକ ମାନଙ୍କୁ ସାବାଡ଼ କରିଥିଲା ବୈପାରିଗୁଡା ପୋଲିସ ।

ଆଜି ବୈପାରିଗୁଡା ବ୍ଲକରେ ୩ଟି ପଜେଟିଭ ବାହାରିଥିବା ବେଳେ ତଥାପି ମଧ୍ୟ କିଛି ଅମାନିଆ ଲୋକ ମାନେ ଲକ ଡାଉନକୁ ମାନୁନାହାଁନ୍ତି ।ଥାନା ଅଧିକାରୀ ଡ଼ିଏସପି ଅଂଶୁମାନ ଦ୍ବିବେଦୀ ନିଜ ଟିମ ସହ ବୈପାରିଗୁଡା ସହରର ବିଭିନ୍ନ ସ୍ଥାନରେ ଜଗିରହି ମାସ୍କ ପିନ୍ଧିବା ପାଇଁ ଚେତାବନୀ ଦେଇଥିଲେ ।

Leave a comment