ଆମର ଇଞ୍ଚେ ଜମି ଉପରେ କେହି ଆଖି ଉଠାଇ ପାରିବେନାହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):”ଭାରତୀୟ ସେନା କୌଣସି ଗୁଣରେ କମ୍ ନୁହନ୍ତି। ଆମ ସେନା ବାହିନୀ ପାଖରେ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ରହିଛି। ଆମର ଗୋଟିଏ ଇଞ୍ଚ ଜମି ତ ନେବା କଥା, କେହି ଆଖି ଉଠାଇ ପାରିବେ ନାହିଁ। ଭାରତ ମାତାକୁ ଯିଏ ଆଖି ଉଠାଇ ଦେଖିଛି ତାର ଅବସ୍ଥା କ’ଣ ହୋଇଛି ତାହା ସମସ୍ତେ ଜାଣିଛନ୍ତି। ଭାରତର ସୀମାକୁ ରକ୍ଷା କରିବା ପାଇଁ ଜଳ, ସ୍ଥଳ ଏବଂ ଆକାଶପଥରେ ଆମ ସୈନିକମାନେ ଯାହା କରିବା କଥା ତାହା କରୁଛନ୍ତି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ଭିତରେ ଜୋରଦାର ସଂଘର୍ଷ ହେବା ଫଳରେ ୨୦ ଜଣ ଯାବନ ସହିଦ ହୋଇଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ୨୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ।