ବଡ଼ଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ବଡ଼ଦାଣ୍ଡକୁ ଆମିଷ ମୁକ୍ତ କରିବା ପାଇଁ ବିଭିନ୍ନ ସଙ୍ଗଠନ ଓ ସେବାୟତଙ୍କ ପକ୍ଷରୁ ଦାବି ଜୋର ଧରିଛି । ବଡ଼ଦାଣ୍ଡରେ ମାଳ ମାଳ ଆମିଷ ଦୋକାନ ଖୋଲିଥିବାରୁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନେ ଏଭଳି ପରିବେଶ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ବଡଦାଣ୍ଡକୁ ଆମିଷ ମୁକ୍ତ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଆମିଷ ଦୋକାନୀ କହିଛନ୍ତି । ତେବେ ସେମାନଙ୍କ ବ୍ୟବସାୟ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ବ୍ୟବସାୟୀ କହିଛନ୍ତି ।

ଏପଟେ ତାଳବଣିଆ ଠାରେ ନିର୍ମାଣ ଚାଲିଥିବା ହାଇଜେନିକ ଫିସ ମାର୍ଟର କାର୍ଯ୍ୟ ଶେଷ ହେବା ପରେ ସମସ୍ତ ଆମିଷ ବ୍ୟବସାୟୀ ଏଠାରେ ବ୍ୟବସାୟ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅତ୍ୟାଧୁନିକ ଏସି ମଲ୍ ରେ ପୁରୀ ବାସି ଭଳିକି ଭଳି ମଧୁର ଲୁଣି ମାଛ ସହ ଜୀଅନ୍ତା ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଚିକେନ ଓ ମଟନ୍ ପାଇପାରିବେ ।

ଗ୍ରାହକଙ୍କ ମନ ପସନ୍ଦର ଜିନିଷ ଉପଲବ୍ଧ ସହ ମତ୍ସ୍ୟ ବ୍ୟବସାୟୀଙ୍କୁ ଗୋଟିଏ ଛାତ ତଳେ ଏକାଠି କରି ଭଲ ରୋଜଗାର ଦେବା ଲକ୍ଷରେ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟକର ମାଛ ବଜାର ନିର୍ମାଣ ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଜୋରସୋରରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

Leave a comment