ବାବୁସାନଙ୍କୁ ବିନା ହେଲମେଟରେ ବାଇକ୍‌ ଚଳାଇବା ପଡିଲା ମହଙ୍ଗା, ଚାଲାଣ କାଟିଲା କମିସନରେଟ ଟ୍ରାଫିକ ପୋଲିସ

0

ଓଲିଉଡ୍‌ ଅଭିନେତା ବାବୁସାନ୍‌ଙ୍କୁ ବିନା ହେଲମେଟରେ ବାଇକ୍‌ ଚଳାଇବା ପଡିଲା ମହଙ୍ଗା। ଟ୍ରାଫିକ ନିୟମ ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉଥିବା ଏକ ଭିଡିଓ ଟ୍ଵିଟରରେ ଅପଲୋଡ ହେବା ପରେ ତାଙ୍କ ନାଁରେ ଚାଲାଣ କଟାଯାଇଛି। କମିଶନରେଟ୍‌ ପୋଲିସ ୧ହଜାର ଟଙ୍କାର ଚାଲାଣ କାଟି ତାଙ୍କ ଘର ଆଡ୍ରେସରେ ପଠାଇ ଦେଇଛି। ଏନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛି କମିଶନରେଟ୍‌ ପୋଲିସ। ନିୟମ ସମସ୍ତଙ୍କ ପାଇଁ ସମାନ। ତେଣୁ ସେ ନେତା ହୁଅଁନ୍ତୁ କି ଅଭିନେତା। କାହାକୁ ମଧ୍ୟ କୋହଳ ହେବ ନାହିଁ। ଦୁଇ ଦିନ ତଳେ ତନ୍ମୟ ନାମକ ଜଣେ ଯୁବକ ବାବୁସାନଙ୍କ ବିନା ହେଲମେଟରେ ବାଇକ୍‌ ଚଳାଇବାର ଦୃଶ୍ୟ ଭିଡିଓ ସୁଟିଂ କରି ଟୁଇଟ୍‌ କରିଥିଲେ।

Leave a comment