ଇନ୍ଧନ ବଞ୍ଚାଇବା ପାଇଁ ଆଇଓସିଏଲ ପକ୍ଷରୁ ସଚେତନତା ରାଲି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁବପିଢିକୁ ଇନ୍ଧନର ସଦବିନିଯୋଗ ବିଷୟରେ ଅବଗତ କରାଇବା ପାଇଁ ଆଜି ଆଇଓସିଏଲ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଛକରୁ ବେହରାମାଲ ଛକ ପର୍ଯ୍ୟନ୍ତ ଏକ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇଓସିଲର କର୍ମଚାରୀମାନେ ସାଇକେଲ ରାଲି କରି ପେଟ୍ରୋଲ ଡିଜେଲର ଆବଶ୍ୟକ ମୁତାବକ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ପେଟ୍ରୋଲ ଡିଜେଲର ବର୍ତ୍ତମାନ ସଦବିନିଯୋଗ ନକଲେ ଖୁବଶୀଘ୍ର ଏହାଶେଷ ହୋଇଯିବ। ଯାହାଫଳରେ ଆଗାମୀ ଭବିଷ୍ୟତ ଅସୁବିଧାର ସମ୍ମୁଖୀନ ହେବେ।
ତେଣୁ ଅନାବଶ୍ୟକସ୍ଥଳେ ଯାନବାହନ ବ୍ୟବହାର ନକରିବା ପାଇଁ ସଚେତନ କରିଥିଲେ। ଏହାଦ୍ୱାରା ଆଗାମୀ ଭବିଷ୍ୟତ ପାଇଁ ଇନ୍ଧନ ସୁରକ୍ଷିତ ରହିବାସହ ଲୋକେ ଅଳ୍ପ ବାଟ ଯିବା ପାଇଁ ସାଇକେଲ ବ୍ୟବହାର କଲେ ସେମାନଙ୍କ ଦେହ ସୁସ୍ଥରହିବାସହ ପରିବେଶ ପ୍ରଦୂଷଣ ମଧ୍ୟ କମିବ ବୋଲି ଆଇଓସିଏଲର ବରିଷ୍ଠ ଅଧିକାରୀ ଏସସି ମହାପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣି ପଣ୍ଡା, ବରଗଡ ସାଂସଦଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଦିନେଶ ଜୈନ ପ୍ରମୁଖଙ୍କସହ ଆଇଓସିଲର କର୍ମଚାରୀମାନେ ଉପସ୍ଥିତ ଥିଲେ।