ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ ଅଭିଷେକ ସବୁଦିନ ପାଇଁ ଆଖି ବୁଜିଥିଲେ ।

ସୂଚନାଯୋଗ୍ୟ,  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଉମାନ୍‌ରେ ସିଭିଲ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। । ବାପା-ମାଆଙ୍କର ଏକମାତ୍ର ପୁଅ ଥିଲେ ଅଭିଷେକ। ନିଜ ବାହାଘର ପାଇଁ ସେ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ। ମେ’ ୫ ତାରିଖରେ ତାଙ୍କର   ବିବାହ ହୋଇଥିଲା । ହେଲେ ଭାଗ୍ଯର ବିହମ୍ବନା ବିବାହା ମାତ୍ର ୮ ଦିନ ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ । ପରେ ତାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

 

ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ୨୩ ଦିନ ଆଇସିୟୁରେ ଚିକିତ୍ସିତ  ହେବା ପରେ ବି ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ଇକମୋ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ କହିଥିଲେ ଡାକ୍ତର।

ମାତ୍ର  ଇକମୋ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା ବାଧକ । ଏନେଇ ପତ୍ନୀ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ । ଅଭିଷେକଙ୍କ ପାଇଁ ସୋସିଆଲ ମିଡିଆରେ ସେଭ୍ ଅଭିଷେକ କ୍ୟାମ୍ପେନିଂ କରାଯାଉଥିବା ବେଳେ ବିଭିନ୍ନ ଆଡ଼ୁ ମଧ୍ୟ ସହାୟତାର ସୁଅ ଛୁଟିଥିଲା।  ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା।  ଏୟାରଲିଫ୍ଟିଂ ପାଇଁ ଦରକାର ଥିଲା ପ୍ରାୟ ୩୦ଲକ୍ଷ ଟଙ୍କା । ଏହାପରେ ଜୁନ୍‌ ୯ ତାରିଖରେ ଏୟାରଲିଫ୍ଟ କରାଯାଇ ତାଙ୍କୁ କୋଲକତା ନିଆଯାଇଥିଲା। ସେଠାରେ ପ୍ରାୟ ୩ ମାସ ଧରି ସେ ଚିକିତ୍ସିତ ହେଉଥିଲେ ।

Leave a comment