ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା : ସାମ୍ନାକୁ ଆସିଲା ବିଦ୍ୟାଙ୍କ ଆଉ ଏକ ଚିଠି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଘଟଣାକୁ ୨ସପ୍ତାହ ବିତିଲାଣି । ତଥାପ୍ତି ପୋଲିସର ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହା ଅଘଟଣ ନା ହତ୍ୟା କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ବିଦ୍ୟାଭାରତୀଙ୍କ ପୁଣି ଏକ ହାତଲେଖା ଚିଠି ଗଣମାଧ୍ୟମରେ ଘୁରି ବୁଲୁଛି । ସେଥିରେ ଉଲ୍ଲେଖ ଥିବା ଅକ୍ଷୟ ନାମକ ଚରିତ୍ରକୁ ନେଇ ଏବେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ।
ବିଦ୍ୟାଭାରତୀଙ୍କ ଏହି ହାତଲେଖା ଚିଠିରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁ… ଇନ୍ସଲ୍ଟ ହେଲା, ଅନ୍ନେସେସେରୀ କଥା କହିକି ନିଜର ଇନ୍ସଲ୍ଟ କଲି… ଖାଲି ସୁପର୍ଫିସିଆଲି ହିଁ ମିଶନ୍ତି… ମନ ଭିତରେ କ୍ଷତି ହିଁ ଚାହାନ୍ତି… କିଛି ପ୍ରବ୍ଲେମ ନକରିକି ବି ଏତେ ରାଗ… ଏତେ ପରିମାଣରେ ଜିଲସ୍ନେସ୍, ବହୁତ ଖୁସି ଲାଗୁଛି… ଆହୁରି ଜଳୁଥାଆ… ଆଉ ତୁମ ଜିଲସ୍ନେସ୍ ଦେଖିକି ଭଗବାନ ହସୁଥିବେ… ଭଲ କଥା… ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବ… ଆଉ ମୋର ଟାଇମ୍ ବି… ଅଂଶୁ ଅପାଙ୍କୁ ୮୦ ଦବାର ଅଛି… ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛି… ତାଠୁ ଗୋଟେ ବେଟର୍ ଖୋଜିବି… ଏତେ ନେଗ୍ଲିଜିବ୍ଲ ଫିଲ୍ କରେଇଲା… ଆଇ ହେଟ୍ ହିମ୍… ବହୁତ କଥା ଅଛି ପରେ କହିବି….’। ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି । “ମୋତେ ଅକ୍ଷୟର ଷ୍ଟାଟସ୍ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି ।