ଫେବୃଆରୀ ୧ରୁ ରାଜ୍ୟରେ ଖୋଲିବ ଅଙ୍ଗନୱାଡି କେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆସନ୍ତା ଫେବୃଆରୀ ୧ରୁ ସମସ୍ତ ଅଙ୍ଗନୱାଡି ଖୋଲିବ। ଏନେଇ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ତରଫରୁ ସୂଚନା ଦିଆଯାଇଛି।
କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରିଦିଆଯାଇଥିଲା। ସେହି ସମୟରେ ରନ୍ଧା ଖାଦ୍ୟ ଓ ଅଣ୍ଡା ପିଲାମାନଙ୍କ ଘରକୁ ଯାଇ ଦିଆଯାଉଥିଲା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏହି କେନ୍ଦ୍ର ଗୁଡ଼ିକୁ ପୁଣି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିପରିପ୍ରେକ୍ଷୀରେ କଣ୍ଟେନମେଣ୍ଟ ଜୋନ ବାହାରେ ଗାଇଡଲାଇନ ଅନୁସାରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯିବ।
ଅଙ୍ଗନୱାଡି କେନ୍ଦ୍ର ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲାଯିବ। ଏଥିରେ ପିଲାମାନଙ୍କୁ ୬ ଫୁଟ ଦୂରରେ ସାମାଜିକ ଦୂରତା ସହ ବସାଇବାକୁ କୁହାଯାଇଛି। ଯଦି ଆବଶ୍ୟକ ହୁଏ ପିଲାଙ୍କୁ ୨ଟି ବ୍ୟାଚରେ ବସାଇବାକୁ କୁହାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନରେ ପୂର୍ବପରି ରନ୍ଧା ଖାଦ୍ୟ ଓ ଅଣ୍ଡା ଘରକୁ ଯାଇ ଦିଆଯିବ।

Leave a comment