୨୬ରେ ଓଡିଶା ଆସିବେ ଅମିତ ଶାହ

0

ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମାର୍ଚ୍ଚ ୨୬ ତାରିଖରେ ଭଦ୍ରକ ସମାବେଶରେ ଯୋଗ ଦେବେ ଅମିତ ଶାହ । ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳିରେ ସମାବେଶ କରିବେ ଅମିତ ଶାହ।

ସେଠାରେ ତୃଣମଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ । ସାଧାରଣଲୋକ ଦଳ ସହିତ କିପରି ଯୋଡିବେ । ସେ ନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେବେ । ଏଥି ସହିତ ବିଭିନ୍ନ ଐତିହ୍ୟ ସ୍ଥଳୀ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।

Leave a comment