ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ତାଜମହଲ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆଜି ଖୋଲିଲା ଐତିହାସିକ ଐତିହ୍ୟ ସ୍ଥଳୀ ତାଜମହଲ । ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ଲାଗି ଅନୁମତି ମିଳିଲା । ଏ ନେଇ ଆଗ୍ରା ଏଏସ୍ଆଇ ଗତକାଲି ସୂଚନା ଦେଇଥିଲେ । ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର କୋଭିଡ୍ ପ୍ରୋଟୋକଲ ରହିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ ବୋଲି କହିଛନ୍ତି ଏଏସଆଇ । ସେ କହିଛନ୍ତି, କେବଳ ଅନଲାଇନ୍ ଟିକେଟ୍ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ବିନା ମାସ୍କରେ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।