ରଥଯାତ୍ରାରେ ଅଘଟଣ, ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

0

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଅଘଟଣ । ପୁରୀ ବଡ଼ଦାଣ୍ଡରେ ରଥଟଣା ବେଳେ ପ୍ରଭୁ ବଳଭଦ୍ରଙ୍କ ରଥ ନିକଟରେ ଅଚେତ ହୋଇପଡ଼ିଲେ ଜଣେ ଭକ୍ତ । ଉକ୍ତ ଭକ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ରଥଯାତ୍ରା ସମୟରେ ୧୦୦ରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଛନ୍ତି । ମୁଖ୍ୟତଃ ଗରମ ଓ ଗୁଳୁଗୁଳି କାରଣରୁ ଏହି ଭକ୍ତମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଥିବାବେଳେ ଜଣେ ଭକ୍ତ ଅଚେତ ହୋଇପଡ଼ିଥିଲେ । ସେହିଭଳି ବଳଭଦ୍ରଙ୍କ ରଥ ନିକଟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କର ଗୋଡ଼ ଭାଙ୍ଗିଯାଇଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବଶ୍ୟ ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ ଛାଡ଼ି ଦିଆଯାଇଛି।

Leave a comment